BCCI Annual Contract: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କୁ BCCI ଦେଲା ସବୁଠାରୁ ବଡ଼ ପ୍ରମୋସନ୍, ମିଳିବ କୋଟି କୋଟି ଟଙ୍କାର ଲାଭ!
Advertisement

BCCI Annual Contract: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କୁ BCCI ଦେଲା ସବୁଠାରୁ ବଡ଼ ପ୍ରମୋସନ୍, ମିଳିବ କୋଟି କୋଟି ଟଙ୍କାର ଲାଭ!

BCCI Annual Contract List:  ବିିସିସିଆଇର ଏହି ଚୁକ୍ତିରେ ଜଣେ ଧୁରନ୍ଧରଙ୍କୁ ବଡ଼ ଲାଭ ମିଳିଛି, ଯିଏ ବର୍ତ୍ତମାନ A+ ବର୍ଗରେ ପ୍ରମୋସନ ପାଇଛନ୍ତି । ବୋର୍ଡ ଦ୍ୱାରା ବାର୍ଷିକ A+ ବର୍ଗରେ ୭ କୋଟି, ଏ ବର୍ଗରେ ୫ କୋଟି, ବି ବର୍ଗରେ ୩ କୋଟି ଏବଂ ସି ବର୍ଗରେ ୧ କୋଟି ଟଙ୍କା ପ୍ରଦାନ କରାଯାଇଥାଏ ।

BCCI Annual Contract: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କୁ BCCI ଦେଲା ସବୁଠାରୁ ବଡ଼ ପ୍ରମୋସନ୍, ମିଳିବ କୋଟି କୋଟି ଟଙ୍କାର ଲାଭ!

BCCI Annual Contract List: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ରବିବାର ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା (BCCI Central Contract List) ଘୋଷଣା କରିଛି । ଏଥିରେ ୩ ଖେଳାଳିଙ୍କୁ ବଡ଼ ପ୍ରମୋସନ ମିଳିଛି । ଜଣେ ଧୁରନ୍ଧରଙ୍କୁ ଏହି ଚୁକ୍ତିରେ ବଡ଼ ଲାଭ ମିଳିଛି, ଯିଏ ବର୍ତ୍ତମାନ A+ ବର୍ଗ (Grade A Plus Players) ର ଏକ ଅଂଶ ହୋଇପାରିଛି । ବୋର୍ଡ ଦ୍ୱାରା ବାର୍ଷିକ A+ ବର୍ଗରେ ୭ କୋଟି, ଏ ବର୍ଗରେ ୫ କୋଟି, ବି ବର୍ଗରେ ୩ କୋଟି ଏବଂ ସି ବର୍ଗରେ ୧ କୋଟି ଟଙ୍କା ପ୍ରଦାନ କରାଯାଇଥାଏ । ବିସିସିଆଇ (BCCI) ଦ୍ୱାରା ପ୍ରକାଶିତ ଚୁକ୍ତି ତାଲିକାରେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କୁ ସର୍ବାଧିକ ଲାଭ ମିଳିଛି । ସେ ବର୍ତ୍ତମାନ A+ ବର୍ଗରେ ପହଞ୍ଚିଛନ୍ତି । ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା (Rohit Sharma), ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଏବଂ ଆହତ ପେସର ଜସପ୍ରୀତ ବୁମ୍ରା (Jasprit Bumrah)  ଏହି ବର୍ଗରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଚାରି ଖେଳାଳିଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଦ୍ୱାରା ବାର୍ଷିକ ୭ କୋଟି ଟଙ୍କା ଦିଆଯିବ ।

ସେହିପରି ବିସିସିଆଇ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା (BCCI Annual Contract List) ରେ ୩ ଖେଳାଳି ପ୍ରମୋସନ୍ ପାଇଛନ୍ତି । ବିସିସିଆଇର ନୂତନ କେନ୍ଦ୍ରୀୟ ଚୁକ୍ତି (BCCI Central Contract ) ରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଓ ମିଷ୍ଟର 360 ଡିଗ୍ରୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ପଦୋନ୍ନତି ଦିଆଯାଇଛି । କେବଳ ଏତିକି ନୁହେଁ ଯୁବ ଓପନର୍ ଶୁଭମାନ ଗିଲ (Shubman Gill) ଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ବଡ଼ ଖବର ହେଉଛି ଖରାପ ଫର୍ମରେ ଥିବା କେ.ଏଲ୍ ରାହୁଲ (KL Rahul) ଙ୍କୁ ଝଟକା  ଲାଗିଛି । ତାଙ୍କୁ ଏ ଗ୍ରେଡରୁ ବି ଗ୍ରେଡରେ ଡିମୋଟ କରାଯାଇଛି । ତେବେ ବିସିସିଆଇ ଏକ ଅପ୍ରତ୍ୟାଶିତ ଟଙ୍କା ପାଇବା ସତ୍ତ୍ୱେ ଖେଳାଳିଙ୍କ ବେତନରେ କୌଣସି ବୃଦ୍ଧି ଘଟିନାହିଁ ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!

ଅଧିକ ପଢ଼ନ୍ତୁ:-ଆଇପିଏଲରେ ଖେଳିପାରିବେନି ବାଂଲାଦେଶ-ଶ୍ରୀଲଙ୍କାର ଖେଳାଳି! ଜାଣନ୍ତୁ କ'ଣ ରହିଛି BCCIର ପ୍ଲାନ୍

ଅଧିକ ପଢ଼ନ୍ତୁ:-'ମୋତେ ବିଷ ଦିଆଯାଇଛି', ଏହି କ୍ରିକେଟରଙ୍କ ଖୁଲାସାରୁ କ୍ରିକେଟ ଜଗତରେ ହଇଚଇ

ଏହିପରି ରହିଛି ତାଲିକା 

ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ଏ + ଗ୍ରେଡ୍ ଚୁକ୍ତିରେ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ୍, ପେସର୍ ମହମ୍ମଦ ଶାମି, ଋଷଭ ପନ୍ତ ଏବଂ ଅକ୍ସର ପଟେଲ ଗ୍ରେଡ୍-ଏରେ ଅଛନ୍ତି । ଚେତେଶ୍ୱର ପୂଜାରା, କେ.ଏଲ୍ ରାହୁଲ, ଶ୍ରେୟସ୍ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲ ବି ଗ୍ରେଡରେ ଅଛନ୍ତି । ଗ୍ରେଡ୍ ସିରେ ସର୍ବାଧିକ ୧୧ ଜଣ କ୍ରିକେଟର ଅଛନ୍ତି- ଉମେଶ ଯାଦବ, ଶିଖର ଧାୱନ, ଶାର୍ଦ୍ଦୁଲ ଠାକୁର, ଇଶାନ କିଶନ, ଦୀପକ ହୁଡା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଏବଂ କେ.ଏସ୍ ଭରତ ।

Trending news